ଆଦିବାସୀ ସମାଜ ବିଷମକଟକ(ASB) ତା:୦୪.୦୩.୨୦୨୫ ରିଖ ମଙ୍ଗଳବାର----------------- ଆଦିବାସୀ ସମାଜ ବିଷମକଟକ ସଂଘ ତରଫରୁ ଆମ ବିଷମକଟକ ବ୍ଲକର ୨୧ ଗୋଟି ଗ୍ରାମ ପଞ୍ଚାୟତରେ ଯେକୌଣସି ଯାତ୍ରା,ମେଳା ଓ ମହୋତ୍ସବରେ ମଦ ବିକ୍ରି,ସଟ୍ଟାଖେଳ,ଗୁଡ଼ୁଗୁଡ଼ାଖେଳ,ଜୁଆଖେଳ,ଅଶ୍ଳୀଳ ନାଚ ଏବଂ ମଦ୍ୟପାନ କରି ଯାତ୍ରା ଯିବା ସମ୍ପୂର୍ଣ୍ଣ ବନ୍ଦ ପାଇଁ କମିଟିର ସମସ୍ତ ସଦସ୍ଯ/ସଦସ୍ଯା ବିଷମକଟକ ଥାନାକୁ ଯାଇ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଆଦିବାସୀ ସମାଜ ବିଷମକଟକ ପ୍ରଶ୍ନ କରିଛି କି ଯାତ୍ରା,ମେଳା ଓ ମହୋତ୍ସବରେ ମଦ ବିକ୍ରି,ଗୁଡ଼ୁଗୁଡ଼ାଖେଳ,ସଟ୍ଟାଖେଳ,ଜୁଆଖେଳ ଓ ଅଶ୍ଳୀଳ ନାଚ ପାଇଁ ସରକାରଙ୍କର ନିୟମ ରହିଛି କି❓ ବିଷମକଟକ ଥାନା ଅଧିକାରୀ ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି କି ସରକାରଙ୍କର ସେମିତି କୌଣସି ନିୟମ ନାହିଁ । ଭାରପ୍ରାପ୍ତ ଥାନା ଅଧିକାରୀ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । କୌଣସି ଯାତ୍ରା,ମେଳା ଓ ମହୋତ୍ସବରେ ମଦ ବିକ୍ରି,ସଟ୍ଟାଖେଳ,ଗୁଡ଼ୁଗୁଡ଼ାଖେଳ,ଜୁଆଖେଳ,ଅଶ୍ଳୀଳ ନାଚ ଓ ମଦ୍ୟପାନକାରୀଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି । 🙏ଜୟ ଜୁହାର ଜୟ ଆଦିବାସୀ🙏 ADIVASI SAMAJ BISSAMCUTTACK -March 08, 2025
ଆଦିବାସୀ ସମାଜ ବିଷମକଟକ ତାରିଖ:୨୪.୦୨.୨୦୨୫ ସୋମବାର ----------------------------------------------- ଅଦ୍ୟ ତା:୨୪.୦୨.୨୦୨୫ ରିଖ ସୋମବାର ଦିନ ପଞ୍ଚାୟତ ସମିତି ବିଷମକଟକର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀ ଶିବ ପଟ୍ଟନାୟକ ମହୋଦୟଙ୍କୁ "ଆଦିବାସୀ ସମାଜ ବିଷମକଟକ"ତରଫରୁ ସଭ୍ୟ/ସଭ୍ୟା ମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସହ ଉନ୍ନୟନ ଶବ୍ଦର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସମ୍ମାନିତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଶବର ମହୋଦୟାଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ସୂଚାରୁରୂପେ ପରିଚାଳନା କରିବା ସହ ଶିଶୁ ମାନଙ୍କ ମାନସିକ ବିକାଶ ପାଇଁ ଉତ୍ତମ ପଦକ୍ଷେପ ନେବାକୁ ଆଲୋଚନା କରି ଏକ ସ୍ମାରକ ପତ୍ର ପ୍ରଦାନ କରାଗଲା ।🙏🙏🙏 ADIVASI SAMAJ BISSAMCUTTACK -March 08, 2025
ନିମନ୍ତ୍ରଣ ପତ୍ର **** ଆଦିବାସୀ ସମାଜ ବିଷମକଟକ ପକ୍ଷରୁ ଆସନ୍ତା ତା: ୧୬.୦୨.୨୦୨୫ ରିଖ ରବିବାର ଦିନ ସକାଳ ୦୯.୦୦ ଘଟିକା ସମୟରେ ଏକ ବୈଠକ ଆୟୋଜନ କରାଯାଉ ଅଛି ଏଣୁ ଆପଣ ସମସ୍ତେ ୮.୩୦ ମିନିଟ୍ ପୂର୍ବରୁ ବୈଠକ ସ୍ଥାନକୁ ପହଞ୍ଚିବା ହେବେ । ଏହି ବୈଠକରେ ନୂତନ ସଂଘ ଆଦିବାସୀ ସମାଜ ବିଷମକଟକ ପରିଚାଳନା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ରେ ଏକ ସ୍ଥାୟୀ ପଞ୍ଚାୟତ କମିଟି ଚୟନ, ଆଦିବାସୀ ସେନା ପାଇଁ ସେନାପତି ଚୟନ ଏବଂ ଆଦିବାସୀ ଦଳ ପାଇଁ ଦଳପତି ଚୟନ କରାଯିବ । ଏଣୁ ଆବାଳବୃଦ୍ଧ ବନିତାଙ୍କୁ ତଥା ମାଆ,ବାପା,ଭାଇ,ଭଉଣୀ,ଗୁରୁଜନ,ସମାଜର ବୁଦ୍ଧିଜୀବୀ,ସମାଜ ପ୍ରେମୀ,କୁଳ ପ୍ରେମୀ,ଜାତି ପ୍ରେମୀ ସମସ୍ତଙ୍କୁ ନିବେଦନ ଏହା ମଧ୍ୟ ନିଜର ବ୍ୟକ୍ତିଗତ କାର୍ଯ୍ୟ ଭାବି କୌଣସି ପ୍ରକାର ସଙ୍କୋଚ ନ କରି ଆମ ସମାଜକୁ ଉତ୍ତମ ରୂପେ ଗଢ଼ି ତଳିବା ପାଇଁ ଉକ୍ତ ବୈଠକରେ ଯୋଗ ଦେଇ ସୁଦୃଢ ସମାଜ ଗଠନରେ ଭାଗିଦାରୀ ହୁଅନ୍ତୁ...🙏🙏🙏 ସ୍ଥାନ:- ମୁଣ୍ଡିପଦର ଗ୍ରାମ ପଞ୍ଚାୟତ:- ଡୁମୁରୁନେଲି ତା:୧୬.୦୨.୨୦୨୫ (ରବିବାର) ସମୟ:- ସକାଳ ୧୦.୦୦ ଘଟିକା ଆୟୋଜକ:-ଆଦିବାସୀ ସମାଜ ବିଷମକଟକ ADIVASI SAMAJ BISSAMCUTTACK -March 08, 2025
ଆଦିବାସୀ ସମାଜ ବିଷମକଟକ ତାରିଖ:୨୬.୦୧.୨୦୨୫(ରବିବାର) ସ୍ଥାନ:ବଣ୍ଡିଛୁଆଁ,ପଞ୍ଚାୟତ:ଡୁକୁମ -------------------------------------------- ଅଦ୍ୟ ତା ୨୬.୦୧.୨୦୨୫ ରିଖ ରବିବାର ଦିନ ୧୦.୦୦ ଘଟିକା ସମୟରେ ଡୁକୁମ ଗ୍ରାମ ପଞ୍ଚାୟତର,ବଣ୍ଡିଛୁଆଁ ଗ୍ରାମର ତେନ୍ତୁଳିଗଛ ତୁଟାଠାରେ ସମାଜର ବୁଦ୍ଧିଜୀବୀ ଶ୍ରୀ ରୁମା ହୁଇକାଙ୍କ ସଭାପତିତ୍ବରେ ଆଦିବାସୀ ସମାଜ ବିଷମକଟକ ପକ୍ଷରୁ କମିଟି ଚୟନ ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା । ବୈଠକ ଆରମ୍ଭ କରିବା ପାଇଁ ବଣ୍ଡିଛୁଆଁ ଗ୍ରାମର ମାଁ ଝାଙ୍କିରୀ ଆୟା ଓ ଶ୍ରୀ ଶ୍ରୀ ଶ୍ରୀ ବୁଢ଼ାରଜା,ମାଁ ଆଲମତି,ମାଁ ଫୁଲମତି ଙ୍କୁ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ପୂଜାଅର୍ଚ୍ଚନା କରି ଆଶୀର୍ବାଦ ନିଆ ଯାଇଥିଲା । ଶ୍ରୀ ବିଦ୍ୟାଧର ବ୍ରେଡେକା ଓ ସୁରେଶ କୁମାର ମିଣିଆକା ସଭାକୁ ପରିଚାଳନା କରିଥିଲେ । ଶ୍ରୀ ସୁଶାନ୍ତ ତୋଇକା ଉପସ୍ଥିତ ସମସ୍ତଙ୍କୁ ଆଜିର ବୈଠକଟିକୁ ସ୍ବାଗତ ଜଣାଇ ଆଗେଇ ନେଇଥିଲେ । ଶ୍ରୀ ପରମାନନ୍ଦ ହୁଇକା ଆଜି ଏକତ୍ରିତ ହୋଇ ବୈଠକ କରିବା ଓ ସଂଘକୁ ପରିଚାଳନା କରିବା ପାଇଁ କମିଟି ନିହାତି ଆବଶ୍ୟକ ବୋଲି ଉଦାହରଣ ଦେଇ ବୁଝାଇଥିଲେ । ଶ୍ରୀ ଅକ୍ଷୟ କୁମାର ମାଣ୍ଡିକା କମିଟି ଚୟନ ପ୍ରକିୟାକୁ ପରିଚାଳନା କରି ଉପସ୍ଥିତ ସମସ୍ତଙ୍କୁ ସଭାପତି,ସମ୍ପାଦକ,କୋଷାଧ୍ଯକ୍ଷ,ଉପ ସଭାପତି -୩, ଯୁଗ୍ମ ସମ୍ପାଦକ -୨, ଉପ କୋଷାଧ୍ଯକ୍ଷ -୨,କାର୍ଯ୍ୟକାରୀ କମିଟି ପାଇଁ ପ୍ରସ୍ତାବ ଦେବା ସହ ସମର୍ଥନ କରିବା ପାଇଁ କହିଥିଲେ । ଗୋଟି ଗୋଟି କରି ସମସ୍ତ ପଦବୀ ପାଇଁ ମନୋନୀତ କରାଯାଇଥିଲା । ନୂତନ କମିଟିର ସଭାପତି ଶ୍ରୀ ସୁଶାନ୍ତ ତୋଇକା ,ସମ୍ପାଦକ ଶ୍ରୀ ପବିତ୍ର ମୋହନ ସାରକା,କୋଷାଧ୍ଯକ୍ଷ ଶ୍ରୀ ଅକ୍ଷୟ କୁମାର ମାଣ୍ଡିକା ,ଉପ ସଭାପତି ଶ୍ରୀ ଅଭି କଲକା,ଶ୍ରୀ ଦୀନବନ୍ଧୁ ଉର୍ଲାକା,ଶ୍ରୀମତୀ ଶର୍ମିଳା ହିକକା,ଯୁଗ୍ମ ସମ୍ପାଦକ ଶ୍ରୀ ରାମାରାଓ ପ୍ରାସ୍କା ,ଶ୍ରୀ ମିଶ୍ର କାଡ୍ରାକା, ଉପ କୋଷାଧ୍ଯକ୍ଷ ଶ୍ରୀ ସହଦେବ ମାଣ୍ଡିକା ଓ ଶ୍ରୀ ଭବାନୀ ବିଡିକାଙ୍କୁ ପ୍ରସ୍ତାବ ଓ ସମର୍ଥନ ଜଣାଇ କମିଟି ଚୟନ କରାଯାଇଥିଲା । ବୈଠକର ପରିଚାଳକଙ୍କ ଅନୁରୋଧ କ୍ରମେ ଶ୍ରୀ ନବୀନ କୁମୃକା ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିଭିନ୍ନ ପ୍ରକାରର ଉଦାହରଣ ଦେଇ ଆମ ସମାଜର କଳା ଓ ସଂସ୍କୃତି,ପରମ୍ପରା, ଭାଷା ଓ ପରିଚୟକୁ କେମିତି ବଞ୍ଚାଇ ରଖିବା ଏବଂ ଆମ ସମାଜ ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେ କେମିତି ସୁଦୃଢ଼ ହେବ ବୋଲି ବୁଝାଇଥିଲେ ଏବଂ ସଂଗଠନକୁ ମଜବୁତ୍ କରିବା ପାଇଁ ଆଦିବାସୀ ସେନା,ସମାଜର ବିଭିନ୍ନ ପ୍ରକାରର କଳା ଓ ଦକ୍ଷତାକୁ ଆଗେଇ ନେବା ପାଇଁ ଆଦିବାସୀ ଦଳ ଗଠନ ପାଇଁ ପ୍ରସ୍ତାବ ରଖିଥିଲେ । *ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ବିଦ୍ୟାଧର ବ୍ରେଡ଼େକା ଆଦିବାସୀ ଦଳର ଦଳପତି ଚୟନ ପାଇଁ ମତ ସଂଗ୍ରକ କରି ଉପସ୍ଥିତ ସମସ୍ତଙ୍କ ସହମତି କ୍ରମେ ଶ୍ରୀ ପରମାନନ୍ଦ ହୁଇକାଙ୍କୁ ଦଳପତି ଓ ଆଦିବାସୀ ସେନାର ସେନାପତି ଭାବେ ଶ୍ରୀ ମୋହନ ହୁଇକ ADIVASI SAMAJ BISSAMCUTTACK -March 08, 2025